ନିଃଶବ୍ଦ
ନିଃଶବ୍ଦ ନିଃଶବ୍ଦ ର ପାହାଚ ଚଢି ଚଢି ଅଣନିଃଶ୍ବାସୀ ହେଲା ପରେ, କଳ୍ପନା କୁ ଆଙ୍କିବା କୁ ଚାହୁଁଛି ମୁଁ ଏ ବାସ୍ତବତା ର କାନଭାସ ରେ। ଶବ୍ଦ ର ଦୁନିଆରେ, ପରିଚୟ ବିହୀନ ପଥିକ ପରି ମୁଁ। ନା ଅଛି ଠିକଣା, ସବୁ ଯେମିତି ଅଜଣା। ଅସ୍ପଷ୍ଟ ଶବ୍ଦ ମୋର! ଲୁଚକାଳି ଖେଳୁଛନ୍ତି ଭାବନା ସହ। କହିବା କୁ ତ ବହୁତ ଅଛି, ହେଲେ ଭରସାର ମାପକାଠି ଅନେକ କ୍ଷୀଣ। ଚାରିପଟେ ବିଭିନ୍ନ ଚରିତ୍ର, କେହି ନୁହେଁ କାହାର। ମୁଁ ଆଜି ବି ଏକା, ଆଉ ଅନ୍ୟ ପଟେ ଏ ସଂସାର। ଫେରାଇ ଦିଅ ମୋର ଶବ୍ଦ ସବୁ। ପ୍ରଶ୍ନିଳ ଆଖି, ଗୁଣୁଗୁଣୁ ହେଉଥିବା ଓଠ, ଖୋଲା ଆକାଶ ରେ ଉଡିବା କୁ ଚାହୁଁଥିବା ମନ। ମନେପଡେ 'ବନ୍ଦୀ ର ଆତ୍ମକଥା', ମୁଁ ବନ୍ଦୀ ଆଜି ଶବ୍ଦ ର କାରାଗାରରେ। ସାଥୀ ମୋର ଏକମାତ୍ର, ଯନ୍ତ୍ରଣା ଦାୟକ ନୀରବତା। ମୁଁ ଶବ୍ଦହୀନ ସେହି ବିହଙ୍ଗ ପରି, ଯେ ମୁକ୍ତି ନାମରେ ବନ୍ଧା ସେଇ ନୀଳ ଆକାଶ ରେ। ବିଧାତା ର ଏଈ ଜୀବନରୂପି ରଙ୍ଗମଞ୍ଚରେ, ମୁଁ ନିଃଶବ୍ଦ ନାୟିକା ଟିଏ! By Seema Samal